ସଂକ୍ଷେପରେ

3:51:00 AM


ଅମଡ଼ାବାଟ ର ଅଧିନାୟକ ମୁଁ
ଅଶାନ୍ତଝଡ଼ ର ସାଥି,
ଅଜ୍ଞାତନାମା ଏ ଅତିଥିଶାଳାରେ 
ଅମୟାରମ୍ଭ ମୋ ପୋଥି।      
ଅନାମଧେୟ ଏ ଅବତରଣିକା  
ଅନାଲୋଚିତ ଏ ଭାଷା,
ଅସ୍ଵାଭାବିକତା  ଅସାବଧାନତା
ଅଧୋଗମନ ର ଦଶା।  
ଅନୁଶୀଳନୀୟ ଅନୁସନ୍ଧାନରେ
ଅପରିପକ୍ଵତା ସୃଷ୍ଟି,   
ଅପ୍ରାସଙ୍ଗିକ ଅସହଯୋଗୀତାରେ    
ଅପ୍ରୀତିକରର ପୃଷ୍ଟି।    
ଅନୁସରଣ କୁ ଅନୁକରଣ ଟା
ଅସମ୍ଭାବିତର ଉଷ୍ଣ,  
ଅନାବଶ୍ୟକ ଓ ଅତିରଞ୍ଜିତ ବି 
ଅସାଧାରଣ ଏ ପ୍ରଶ୍ନ। 

You Might Also Like

0 comments

Popular Posts

Like us on Facebook

Flickr Images